ଶଙ୍ଖ ଭବନରେ ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ବହୁ ବିଜେପି ଏବଂ କଂଗ୍ରେସ ନେତା
![](https://www.odishalink.com/wp-content/uploads/2024/04/bjd-1.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି।ଜଣଙ୍କ ପରେ ଜଣେ ଅଭିନେତାରୁ ରାଜନେତା ସାଜିଥିବା ବ୍ୟକ୍ତିତ୍ବ ଛାଡ଼ୁଛନ୍ତି ବିଜେଡି। ଅରିନ୍ଦମ, ସିଦ୍ଧାନ୍ତ, ଆକାଶଙ୍କ ପରେ ବିଜେଡି ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଏହି କ୍ରମରେ ରାଜ୍ୟରେ ଦଳଡିଆଁ ରାଜନୀତି ଚାଲିଛି। ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ନେତା। କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି। ଆଉ ଏହାରି ଭିତରେ ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ବିଜେଡିରେ ମିଶିଲେ ବିଜେପି ଏବଂ କଂଗ୍ରେସ ନେତା। ମୁଖ୍ୟମନ୍ତ୍ରୀଙ୍କ କାମରେ ଅନୁପ୍ରାଣୀତ ହୋଇ ମିଶିଲେ। ମୋହନା ନିର୍ବାଚନ ମଣ୍ଡଳିରେ ବିଭିନ୍ନ ନେତା ମିଶିଲେ।