‘କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ପୂରଣ ପାଇଁ ଦଳ ଛାଡ଼ିଲି’
![](https://www.odishalink.com/wp-content/uploads/2024/04/ganes.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି।ଜଣଙ୍କ ପରେ ଜଣେ ଅଭିନେତାରୁ ରାଜନେତା ସାଜିଥିବା ବ୍ୟକ୍ତିତ୍ବ ଛାଡ଼ୁଛନ୍ତି ବିଜେଡି। ଅରିନ୍ଦମ, ସିଦ୍ଧାନ୍ତ, ଆକାଶଙ୍କ ପରେ ବିଜେଡି ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଏହି କ୍ରମରେ ରାଜ୍ୟରେ ଦଳଡିଆଁ ରାଜନୀତି ଚାଲିଛି। ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ନେତା। କିଏ ଟିକେଟ୍ ଆଶାରେ ଅନ୍ୟ ଦଳରେ ସାମିଲ ହେଉଛି ତ ଆଉ କିଏ ଦଳରେ ଅଲୋଡା ହୋଇ ଦଳ ଛାଡୁଛି। ଆଉ ଏହାରି ଭିତରେ ଆଉ ଜଣେ ବରିଷ୍ଠ ନେତା କଂଗ୍ରେସ ଦଳ ଛାଡିବା ଘଟଣା ସାମ୍ନାକୁ ଆସିଛି। କଂଗ୍ରେସ ଛାଡିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ପିସିସି ସଭାପତିଙ୍କୁ ଏନେଇ ଇସ୍ତଫାପତ୍ର ପଠାଇଛନ୍ତି।
କଂଗ୍ରେସରୁ ଇସ୍ତଫା ପରେ ଗଣେଶ୍ବର ବେହେରା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ, ଏ ନିର୍ବାଚନ ଜିତିବାକୁ ପଡ଼ିବ। ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ଏ ନିଷ୍ପତ୍ତି ନେଇଛି। କଂଗ୍ରେସରେ ରହି ବିଧାନସଭା ଯିବା ଆଶଙ୍କା ସୃଷ୍ଟି ହେଲା ନାହିଁ। ସମସ୍ତଙ୍କ ପରାମର୍ଶ ଓ ବହୁ ଆଲୋଚନା ପରେ ପଦକ୍ଷେପ ନେଲି। ଦଳ ଛାଡ଼ିଛି ହେଲେ ପ୍ରସଙ୍ଗଠୁ ଦୂରେଇ ଯାଇନାହିଁ। କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ ପୂରଣ ପାଇଁ ଦଳ ଛାଡ଼ିଲି ବୋଲି ଗଣେଶ୍ବର ବେହେରା ପ୍ରତିକ୍ରିୟା ରଖିଛନ୍ତି।