ନବରଙ୍ଗପୁର ଲୋକସଭା ଆସନ: ୩ ମାଝୀଙ୍କ ମଧ୍ୟରେ ହେବ ଲଢ଼େଇ
![](https://www.odishalink.com/wp-content/uploads/2024/04/nabaranga-750x430.jpg)
ଓଏଲ୍ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ବିଜେଡି ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୪୯ ଆସନ ପାଇଁ ଘୋଷଣା ହେଲା ପ୍ରାର୍ଥୀ ତାଲିକା। ଏହି କ୍ରମରେ ନବରଙ୍ଗପୁର ଲୋକସଭା ଆସନକୁ ଆସିଥିବା ପ୍ରାର୍ଥୀ ତାଲିକା ଲୋକଙ୍କ ଦ୍ୱନ୍ଦ୍ୱ ବଢ଼ାଇଥିବା ଚର୍ଚା ହେଉଛି। ନବରଙ୍ଗପୁର ଲୋକସଭା ଆସନ ଆଇଁ ବିଜେଡିରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ବଳଭଦ୍ର ମାଝୀ, କଂଗ୍ରେସ ଭୁଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି।
ସେହିଭଳି ପଦ୍ମପୁରରୁ ଟଙ୍କଧର ସାହୁ, ବିଜେପୁରରୁ କିଶୋର ଦଫାଦାର, ବରଗଡ଼ରୁ ନିପନ ଦାସ, ଭଟଲୀରୁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗରରୁ କିଶୋର ପଟେଲ, ତଳସରାରୁ ପ୍ରବୋଧ ତିର୍କୀ, ସୁନ୍ଦରଗଡ଼ରୁ ସୁଧାରାଣୀ ରାଉଡ଼ିଆ, ରଘୁନାଥପାଲୀରୁ ଗୋପାଳ ଦାସ, ରାଉରକେଲାରୁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁରରୁ ରାଜନ ଏକ୍କା, ଲୋଇସିଂହାରୁ ଓମ୍ ପ୍ରକାଶ କୁମ୍ଭାର, ପାଟଣାଗଡ଼ରୁ ଅନୀଲ ମେହେର, ବଲାଙ୍ଗିରରୁ ସମରେନ୍ଦ୍ର ମିଶ୍ର, କଣ୍ଟାବାଂଜିରୁ ସନ୍ତୋଷ ସିଂ ସାଲୁଜା, ଉମରକୋଟରୁ ସନରାଜ ଗଣ୍ଡ, ଝରିଗାଁରୁ ହାରାବତୀ ଗଣ୍ଡ ନିର୍ବାଚନ ଲଢ଼ିବେ।
ସାନଖେମୁଣ୍ଡିରୁ ରମେଶ ଜେନା, ଚିକିଟିରୁ ରବୀନ୍ଦ୍ର ଦ୍ୟାନସାମନ୍ତରାୟ, ମୋହନାରୁ ଦାଶରଥୀ ଗମାଙ୍ଗ, ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ, ଗୁଣପୁରରୁ ସତ୍ୟଜିତ ଗମାଙ୍ଗ, ବିଷମକଟକରୁ ନୀଳମାଧବ ହିକକା, ରାୟଗଡ଼ାରୁ ଆପଲସ୍ବାମୀ କାଡ୍ରାକା, ଲକ୍ଷ୍ମୀପୁରରୁ ପବିତ୍ର ସାଉଁନ୍ତା, କୋଟପାଡ଼ରୁ ଅନାମ ଦିଆନ, ଜୟପୁରରୁ ତାରା ବାହିନୀପତି, କୋରାପୁଟରୁ କୃଷ୍ଣଚନ୍ଦ୍ର କୁଳଦୀପ, ପଟାଙ୍ଗୀରୁ ରାମଚନ୍ଦ୍ର କାଡ଼ାମ, ମାଲକାନଗିରିରୁ ମାଲା ମାଢ଼ୀ, ଚିତ୍ରକୋଣ୍ଡାରୁ ମଙ୍ଗୁ ଖିଲ, ଜି.ଉଦୟଗିରିରୁ ପ୍ରଫୁଲ୍ଲ ପ୍ରଧାନ, ଫୁଲବାଣୀରୁ ପ୍ରତିଭା କହଁର, କଣ୍ଟାମାଳରୁ ମନୋଜ ଆଚାର୍ଯ୍ୟ, ବୌଦ୍ଧରୁ ନବ ମିଶ୍ର, ଭଂଜନଗରରୁ ପ୍ରଶାନ୍ତ ବିଷୋୟୀ, ପୋଲସରାରୁ ଅଗସ୍ତୀ ବରଦା, କବିସୂର୍ଯ୍ୟନଗରରୁ ଚିରଂଜୀବ ବିଷୋୟୀ, ସୋରଡ଼ାରୁ ହରିକ୍ରିଷ୍ଣା ରଥ, ନବରଙ୍ଗପୁରରୁ ଦିଲୀପ ପ୍ରଧାନୀ, ଡାବୁଗାଁରୁ ଲିପିକା ମାଝୀ, ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ, ଜୁନାଗଡ଼ରୁ ତୁଳେଶ୍ବର ନାଏକ, ଧର୍ମଗଡ଼ରୁ ରଶ୍ମୀରେଖା ରାଉତ, ଭବାନୀପାଟଣାରୁ ସାଗର ଦାସ, ନର୍ଲାରୁ ଭକ୍ତ ଚରଣ ଦାସ, ବାଲିଗୁଡ଼ାରୁ ସୁରଦ ପ୍ରଧାନ ନିର୍ବାଚନ ଲଢ଼ିବେ।
ସେହିପରି ପ୍ରକାଶ ପାଇଲା କଂଗ୍ରେସ ଲୋକସଭା ପ୍ରାର୍ଥୀ ତାଲିକା। ବରଗଡ଼ରୁ ଲଢ଼ିବେ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମିର ଚାନ୍ଦ ନାୟକ, ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ, କୋରାପୁଟରୁ ସପ୍ତଗିରି ଉଲାକା ନିର୍ବାଚନ ଲଢ଼ିବେ।