ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ; ଜିଲ୍ଲା ଚିକିତ୍ସାଳୟରେ ହେଲେ ଭର୍ତ୍ତି
ଓଏଲ୍ ବ୍ୟୁରୋ: କେନ୍ଦୁଝରର କଣ୍ଢେଇ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ଅସୁସ୍ଥ ହେବାରୁ ମାଗୁଣି କୁଅଁରଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଗତକାଲି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ହୋଇଛି। ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତ ହୋଇଥିବା ତାଙ୍କ ସ୍ଵାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି।