Odisha Link
Bridging the Missing Links in Odisha

ନାମାଙ୍କନ ଭରିଲେ ରାହୁଲ; କହିଲେ-ଜନତା କେବଳ ମୋ ଭୋଟର ନୁହେଁ ବରଂ ପରିବାର

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସମସ୍ତ ଦଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ନାମାଙ୍କନ ଭରିଛନ୍ତି। ପ୍ରିୟଙ୍କା ଗାନ୍ଧି ରାୟେବରେଲୀରୁ ଲଢ଼ିବେ। ରାହୁଲ ଗାନ୍ଧି ନାମାଙ୍କନ ଭରିବା ପରେ କହିଛନ୍ତି, ଜନତା ହେଉଛନ୍ତି ମୋ ପରିବାର। ଜନତାଙ୍କୁ ମୁଁ ଭୋଟର ନୁହେଁ ବରଂ ନିଜ ପରିବାର ବୋଲି ମାନି ନେଇଛି।

Leave A Reply

Your email address will not be published.