Odisha Link
Bridging the Missing Links in Odisha

ପୁଣି ନିରାଶ ହେଲେ ଗମାଙ୍ଗ ପରିବାର; ଟିକେଟ ନମିଳିବାରୁ ଆଣିଲେ ସାଙ୍ଘାତିକ ଅଭିଯୋଗ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିଲାଣି ବିଗୁଲ। ରାଜ୍ୟର ୩ ପ୍ରମୁଖ ଦଳ ଆରମ୍ଭ କରିଲେଣି ରଣନୀତି। ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଦିଲ୍ଲୀରେ ଓଡ଼ିଶା ଦଖଲ ପାଇଁ କରୁଛନ୍ତି ପ୍ରସ୍ତୁତି। ଅନ୍ୟପଟେ ଦେଶର ସବୁଠି ଚର୍ଚ୍ଚାରେ ରହୁଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଲଗାତାର ୬ଷ୍ଠ ଥର ପାଇଁ ବିଜୟ ମୁକୁଟ ପିନ୍ଧିବା ପାଇଁ ଆପଣାଇଛି ସ୍ବତନ୍ତ୍ର ରଣନୀତି।

ବିଜୁ ଜନତା ଦଳ, ବିଜେପି ପରେ ମଙ୍ଗଳବାର କଂଗ୍ରେସ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ତାଲିକାରୁ ବାଦ ପଡ଼ିଛନ୍ତି ବହୁ ଆଶାୟୀ। ଏହି ପ୍ରାର୍ଥୀ ତାଲିକାରୁ ପୁରୁଖା ରାଜନେତା ଗମାଙ୍ଗ ପରିବାର ସମ୍ପୂର୍ଣ୍ଣ ବାଦ ପଡ଼ିଛନ୍ତି।

ଏହାରି ମଧ୍ୟରେ ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କଂଗ୍ରେସରେ ଡିଲ ଚାଲିଛି। ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ। ହେଲେ କଂଗ୍ରେସ ଟିକେଟ ଘୋଷଣା ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନାଯୋଗ୍ୟ, ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ୨୦୧୫ରେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ମିଶିଥିଲେ। ସେଠାରେ ସେ କ୍ଷମତା ଠାରୁ ଦୁରେଇ ରହିବା ପରେ ବିଜେପି ଛାଡି ଭାରତୀୟ ରାଷ୍ଟ୍ରୀୟ ସମିତିରେ ମିଶିଥିଲେ। ସେଠାରେ ବି ନିରାଶ ହେବା ପରେ କଂଗ୍ରେସକୁ ଫେରିଥିଲେ। ତେବେ ଗମାଙ୍ଗ ପରିବାରର ଦଳ ଡିଆଁ କାର୍ଯ୍ୟକ୍ରମ ଏବେ ଚର୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.