କଲବଲ କରୁଛି ତାତି; ନନ୍ଦନକାନନରେ ଜୀବଜନ୍ତୁଙ୍କ ଲାଗି ହେଲା ସ୍ବତନ୍ତ୍ର ବ୍ୟବସ୍ଥା
![](https://www.odishalink.com/wp-content/uploads/2024/01/nandan-750x430.jpg)
ଓଏଲ୍ ବ୍ୟୁରୋ: ଉପରମୁହାଁ ପାରଦ। କଲବଲ କରୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ମଣିଷ ଖରାରେ ଯେତିକି କଷ୍ଟ ଅନୁଭବ କରେ ପଶୁପକ୍ଷୀ ମଧ୍ୟ ଟାଣ ଖରାରେ କଲବଲ ହୋଇଥାନ୍ତି।
ଯାହାକୁ ନଜରରେ ରଖି ନନ୍ଦନକାନନରେ ଜୀବଜନ୍ତୁଙ୍କ ଲାଗି ହେଲା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଅଂଶୁଘାତ ମୁକାବିଲା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତରଙ୍କ ପରାମର୍ଶରେ ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଭଳି ସୁପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ ଦିଆଯାଉଛି। ପଶୁପକ୍ଷୀ ମାନେ କିଭଳି ଟାଣ ଖରାରୁ ମୁକ୍ତି ପାଇବେ ସେ ବ୍ୟବସ୍ଥା କରାଯାଉଛି।