ପୁଣି ବଢ଼ିଲା ତାତି; ଏବେଠୁ ୪୧ ଡିଗ୍ରୀ ଟପିଲାଣି ଦିନ ତାପମାତ୍ରା
ଓଏଲ୍ ବ୍ୟୁରୋ: ଉପରମୁହାଁ ପାରଦ। ବଢୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି।
ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି। ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢିବା ନେଇ ଆଶଙ୍କା ଥିବାବେଳେ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୭ ଡିଗ୍ରୀ ଉପରେ ୩ ସହରର ତାପମାତ୍ର ରେକର୍ଡ କରାଯାଇଛି। ବାଲେଶ୍ବରରେ ୩୭.୬, ଚାନ୍ଦବାଲି ଓ ଝାରସୁଗୁଡ଼ାରେ ୩୭.୨ ଡିଗ୍ରୀ, ଭୁବନେଶ୍ବରରେ ୩୬.୬, ହୀରାକୁଦରେ ୩୬, କେନ୍ଦୁଝରରେ ୩୫.୮ ଡିଗ୍ରୀ, ସମ୍ବଲପୁରରେ ୩୫.୮, ରାଉରକେଲାରେ ୩୫.୬, ପୁରୀରେ ୩୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।