Odisha Link
Bridging the Missing Links in Odisha

ସବୁ ଦଳରେ ଟିକେଟ୍ ପାଇଁ ଆଶାୟୀଙ୍କ ଭିଡ଼; ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାହିଁକି?

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେହିଭଳି ବିଜେପି ମଧ୍ୟ ବିଧାନସଭା ସହ ଲୋକସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛି। ହେଲେ ଏ ଯାଏଁ କୌଣସି ଦଳ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ।

ରାଜ୍ୟ ବିଜେପି ସମସ୍ତ ଲୋକସଭା ସହ ସବୁଠୁ ଅଧିକ ୧୧୨ ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା ବେଳେ ଆହୁରି ୪୫ ସିଟରେ ନାଁ ଘୋଷଣା କରିନାହିଁ। ସେହିପରି ବିଜେଡି ଏଯାଏଁ ବାଲେଶ୍ୱର ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ୩୯ ବିଧାନସଭା ଆସନ ବି ଦଳର ପ୍ରାର୍ଥୀ ଖୋଜା ସରୁନି। ଦୁଇ ଦଳ ବିଜେପି-ବିଜେଡି ବାକିଥିବା ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଯେମିତି ଛକାଛକି ସ୍ଥିତିରେ ଅଛନ୍ତି। କଂଗ୍ରେସ ଦଳ ୮ ଲୋକସଭା ଓ ୪୭ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ଆହୁରି ୧୩ ଲୋକସଭା ଓ ୧୦୦ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି। ତେବେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଭଳି ସ୍ତିତି ସୃଷ୍ଟି ହୋଇଥିବା କୁହାଯାଉଛି।

Leave A Reply

Your email address will not be published.