Odisha Link
Bridging the Missing Links in Odisha

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ; ଦୁଇଦିନ ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ବଦଳିଲା ପାଣିପାଗ। ତାତିରୁ ମିଳିଲା ଆଶ୍ବସ୍ତି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତିରୁ ମିଳିଛି ତ୍ରାହି। ଫଳରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ତଳେ ରହୁଥିବା ରେକର୍ଡ କରାଯାଇଛି। ତେବେ ଆହୁରି ଦୁଇରୁ ତିନି ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଗ ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ୯, ୧୦, ୧୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଦୁଇ ଦିନ ପରେ ତାପମାତ୍ରା ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ତେବେ ବର୍ଷା ପରେ ପ୍ରଚଣ୍ଡ ଖରା, ତତଲା ପବନ ଓ ଗୁଳୁଗୁଳିରୁ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତି ଲାଭ କରିଛନ୍ତି।