ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ; ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

ଓଏଲ୍ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଏହି କ୍ରମରେ ନିର୍ବାଚନ ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ନେଇ ବଡ ନିର୍ଦ୍ଦେଶ ଦିଆଯାଇଛି। ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା।
ରାଜ୍ୟର ବିଏସକେୱାଇ ତାଲିକାଭୁକ୍ତ ସବୁ ଘରୋଇ ମେଡିକାଲ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଘରୋଇ ହସ୍ପିଟାଲ୍କୁ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ବେଳେ ହିଟ୍ ଷ୍ଟ୍ରୋକ୍ ଜନିତ ଚିକିତ୍ସା ମିଳିବ। ଘରୋଇ ହସ୍ପିଟାଲ ବିଏସକେୱାଇ ପ୍ୟାକେଜ୍ରେ ଅଫ୍ଲାଇନ ମୋଡ୍ ବିଲ୍ ଦେବେ। କେବଳ ରାଜ୍ୟ ଭିତରେ ବିଏସକେୱାଇ ତାଲିକାଭୁକ୍ତ ହସ୍ପିଟାଲକୁ ସୁବିଧା ମିଳିବ ବୋଲି ସୂଚନା ଜାରି ହୋଇଛି।