ବୈଦେଶିକ ମନ୍ତ୍ରଣାଳୟର ପରାମର୍ଶ; ଭାରତୀୟଙ୍କୁ ଇରାନ ଓ ଇସ୍ରାଏଲ ଯିବା ମନା

ଓଏଲ୍ ବ୍ୟୁରୋ: ଏପ୍ରିଲ୍ ୧୯ ତାରିଖରୁ ବିଶ୍ବର ବୃହତମ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ଆରମ୍ଭ ହେବାକୁ ଯାଉଚି ମହାପର୍ବ। ଏହାପୂୂର୍ବରୁ ଭାରତୀୟଙ୍କ ପାଇଁ ଆସିଲା ବଡ଼ ଖବର। ଭାରତୀୟ ନାଗରିକଙ୍କୁ ଇରାନ ଓ ଇସ୍ରାଏଲ ଯାତ୍ରା ନକରିବାକୁ ନୋଟିସ ଜାରି କରିଛନ୍ତି ଭାରତ ସରକାର। ଇରାନ ଓ ଇସ୍ରାଏଲ ଯାତ୍ରାରୁ ଦୂରେଇ ରହିବାକୁ ଭାରତ ସରକାର ନୋଟିସ୍ ଜାରି କରିଛନ୍ତି। ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧା ହମଲା କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶ ଜାରି କରିଛି।
ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଶ୍ବର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ସ୍ଥିତି ଭଲ ନାହିଁ। ତେଣୁ ଭାରତୀୟମାନେ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ସେହିପରି ବର୍ତ୍ତମାନ ଇରାନ ଓ ଇସ୍ରାଏଲରେ ଥିବା ଭାରତୀୟମାନେ ସତର୍କ ରହୁନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଇରାନ୍ ଓ ଇସ୍ରାଏଲରେ ରହୁଥିବା ଭାରତୀୟମାନେ ତୁରନ୍ତ ଦୂତାବାସ ସହ ଯୋଗାଯୋଗ କରି ନିଜର ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉକି, ଏପ୍ରିଲ ୧ରେ ସିରିଆର ଡାମସକସରେ ଥିବା ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।