Odisha Link
Bridging the Missing Links in Odisha

ଓଡ଼ିଶା: ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଆଜି କଂଗ୍ରେସ ଓଡ଼ିଶାର ୯ଟି ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ସବୁଠୁ ବଡ଼ କଥା ହେଲା ଯେ ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନଓ୍ବାଜଙ୍କୁ ଭୁବନେଶର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ସେହିପରି ବାଲେଶ୍ବର ଆସନରୁ ଶ୍ରୀକାନ୍ତ କୁମାର ଜେନାଙ୍କୁ ପ୍ରାର୍ଥୀ କରିଛି ଦଳ। ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଏବେ ରାଜ୍ୟର ଆଉ ୯ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ସେହିପରି ସେହିପରି କେନ୍ଦୁଝର ଆସନ ପାଇଁ ମୋହନ ହେମ୍ବ୍ରମ, ଭଦ୍ରକ ଆସନ ପାଇଁ ଅନନ୍ତ ପ୍ରସାଦ ସେଠୀ, ଯାଜପୁର ପାଇଁ ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ। ତା ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ସସ୍ମିତା ବେହେରା, କେନ୍ଦ୍ରାପଡା ପାଇଁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁର ପାଇଁ ରବୀନ୍ଦ୍ର କୁମାର ସେଠୀ ଏବଂ ପୁରୀ ପାଇଁ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

Leave A Reply

Your email address will not be published.