ଜମୁଛି ପ୍ରଚାର; ପାଖେଇ ଆସୁଛି ନିର୍ବାଚନୀ ମହାପର୍ବ
ଓଏଲ୍ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ରାଜ୍ୟରେ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ରାଜନୈତିକ ପ୍ରଚାର ଆରମ୍ଭ ହୋଇଛି।
ବିଭିନ୍ନ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିପଡିଛନ୍ତି। ଏହି କ୍ରମରେ କେତେକ ପ୍ରମୁଖ ଲୋକସଭା କ୍ଷେତ୍ରକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଶାସକ ଦଳ ତଥା ବିଜୁ ଜନତା ଦଳ ୧୪୭ ଆସନର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ସମ୍ପୂର୍ଣ୍ଣ ଯୋଦ୍ଧା ତାଲିକା ପ୍ରକାଶ କରିନାହିଁ। ତେବେ ସବୁଠୁ ବଡ କଥା ହେଲା ନାମାଙ୍କନ ଭରିବାର ଦିନ ସରି ଆସୁଥିବାବେଳେ ଅନେକ ଆସନରୁ ଏଯାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା ନହେବା ଚର୍ଚ୍ଚାର ବିଷୟ ପାଲଟିଛି।