ନଦୀରେ ବୁଡ଼ିଲା ଡଙ୍ଗା: ୪ ମୃତ, ଏଯାଏଁ କିଛି ଯାତ୍ରୀଙ୍କ ମିଳୁନି ପତ୍ତା
![](https://www.odishalink.com/wp-content/uploads/2024/04/jhelam.jpg)
ଓଏଲ୍ ବ୍ୟୁରୋ: ନିକଟସ୍ଥ ଝେଲମ ନଦୀରେ ଅଘଟଣ ଘଟିଛି। ନଦୀରେ ଏକ ଡଙ୍ଗା ବୁଡ଼ି ଯାଇଥିବା ସୂଚନା ମିଳିଛି। ଡଙ୍ଗା ବୁଡିଯିବା ପରେ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ନିଖୋଜଙ୍କ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ ସୂଚନା ରହିଥିବେଳେ ୪ ମୃତ ଶରୀର ଉଦ୍ଧାର କରାଯାଇଛି।
ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବା ଫଳରେ ଝେଲମ ସମେତ ଅନେକ ଜଳପ୍ରପାତରେ ଜଳସ୍ତର ବୃଦ୍ଧି ପାଇଥିଲା। ଆଜି ହଠାତ୍ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଯାଇଥିବା ସୂଚନା ମିଳିଛି।