ଆରସିବି ହାତ ଛାଡ଼ିଲେ ମାକ୍ସଓ୍ବେଲ; ଟୁର୍ଣ୍ଣାମେଣ୍ଟ ଅଧାରୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଷ୍ଟାର ଖେଳାଳି
ଓଏଲ୍ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ର ମଧ୍ୟଭାଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଲାଗିଲା ବଡ଼ ଝଟକା। ପଏଣ୍ଟ ଟେବୁଲ୍ର ଶେଷ ସ୍ଥାନରେ ଥିବା ଆରସିବିର ହାତ ଛାଡ଼ିଲେ ଅଷ୍ଟ୍ରେଲିଆ ଟିମ୍ର ଷ୍ଟାର ଅଲରାଉଣ୍ଡର ଗ୍ଣେନ୍ ମାକ୍ସଓ୍ବେଲ। ଅନିଶ୍ଚିତକାଳ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରୁ ଓହରି ଯାଇଛନ୍ତି ମାକ୍ସଓ୍ବେଲ। ଆଇପିଏଲ୍ର ଚଳିତ ସଂସ୍କରଣରେ ମାକ୍ସଓ୍ବେଲଙ୍କ ପ୍ରଦର୍ଶନ ଭଲ ନାହିଁ। ଏପରିକି ମୁମ୍ବାଇ ବିପକ୍ଷ ମ୍ୟାଚରେ ସେ ଆହତ ମଧ୍ୟ ହୋଇଥିଲେ। ହେଲେ ଏବେ ସେ ଟୁର୍ଣ୍ଣାମେଣ୍ଟରୁ ଦୂରେଇ ଯାଇଛନ୍ତି।
କ୍ରିକେଟ ଅଷ୍ଟ୍ରେଲିଆକୁ ମାକ୍ସଓ୍ବେଲ କହିଛନ୍ତି ଯେ, ମାନିସିକ ଓ ଶାରୀରିକ ଥକାପଣା ଯୋଗୁଁ ଆଇପିଏଲ୍ ୨୦୨୪ରୁ ଓହରିବାକୁ ନିଷ୍ପତ୍ତି ନେଉଛି। ସେ ଆହୁରି କହିଛନ୍ତି, ଯଦି ସେ ମାନସିକ ଓ ଶାରୀରିକ ଥକାପଣରୁ ଶୀଘ୍ର ମୁକ୍ତ ହୋଇପାରିଲେ ତେବେ ସେ ଟୁର୍ଣ୍ଣାମେଣ୍ଟରେ ବାକିଥିବା ମ୍ୟାଚରେ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏନେଇ ଫକ୍ସ କ୍ରିକେଟରେ ଖବର ପ୍ରକାଶ ପାଇଛି।
ଗତକାଲି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆରସିବି ପରାଜିତ ହୋଇଥିଲା। ଚଳିତ ଆଇପିଏଲ ସିଜିନରେ ରେକର୍ଡ ପରେ ରେକର୍ଡ କରିଚାଲିଛି ସନରାଇଜର୍ସ ହାଇଦ୍ରାବାଦ। ପୁଣି ଥରେ ନିଜ ଖାତାରେ ଯୋଡ଼ିଛି ସର୍ବୋଚ୍ଚ ସ୍କୋରର କୀର୍ତ୍ତିମାନ। ଗତକାଲି ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ୨୮୬ ରନର ବିଶାଳ ସ୍କୋର୍ ସହ ବିଜୟ ହାସଲ କରିନେଇଛି ସନରାଇଜର୍ସ। ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଷଷ୍ଠ ଥର ପରାଜୟର ସାମ୍ନା କରିବାକୁ ପଡିଛି।