ରାଜ୍ୟରେ ଭୀଷଣ ଖରା: ଆଜି ବି ରାଜଧାନୀରେ ତାପମାତ୍ରା ୪୦ ଡିଗ୍ରୀ ପାର୍
![](https://www.odishalink.com/wp-content/uploads/2024/04/heat-1.jpg)
ଓଏଲ୍ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ତାତି ବୃଦ୍ଧି ପାଇଛି। ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି।
ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୧.୯ ଡିଗ୍ରୀ, ଚାନ୍ଦବାଲିରେ ୪୧.୬ ଡିଗ୍ରୀ, ଝାରସୁଗୁଡାରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୦.୫ ଡିଗ୍ରୀ, ସମ୍ବଲପୁରରେ ୪୦.୩ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ରାଉରକେଲାରେ ୩୯.୯ ଡିଗ୍ରୀ, ହୀରାକୁଦରେ ୩୯.୫ ଡିଗ୍ରୀ, ଗୋପାଳପୁରରେ ୩୫.୬ ଡିଗ୍ରୀ, ପୁରୀରେ ୩୪.୮ ଡିଗ୍ରୀ, ପାରାଦୀପରେ ୩୪.୨ ଡିଗ୍ରୀ ରେକର୍ଡ କରାଯାଉଛି।
ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ସର୍ବାଧିକ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୨.୬ ଡିଗ୍ରୀ, ଚାନ୍ଦବାଲିରେ ୩୨.୬, ପୁରୀରେ ୩୨.୪, କେନ୍ଦୁଝରରେ ୩୧.୨, ଝାରସୁଗୁଡ଼ା ଓ ଗୋପାଳପୁରରେ ତାପମାତ୍ରା ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଗତକାଲି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ୪୧.୨ ଡିଗ୍ରୀ, ଚାନ୍ଦବାଲିରେ ୪୧.୧ ଡିଗ୍ରୀ, ଝାରସୁଗୁଡାରେ ୪୧ଡିଗ୍ରୀ, ବାଲେଶ୍ୱରରେ ୪୦ଡିଗ୍ରୀ ରେକର୍ଡ କରାଯାଇଥିଲା। ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି।