ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା; ଶ୍ରୀଜିଉଙ୍କ ରଥ କାର୍ଯ୍ୟ ପାଇଁ କଟକ ଆସିଲା ରଥ କାଠ

ଓଏଲ୍ ବ୍ୟୁରୋ: ଚଳିତ ବର୍ଷ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୨୨ ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀଜିଉଙ୍କ ରଥ କାର୍ଯ୍ୟ ପାଇଁ କଟକ ଆସିଲା ରଥ କାଠ। କଟକ ସ୍ଥିତ କରତ କଳକୁ କାଠ ଚିରଟ ପାଇଁ ଆସିଲା। କାଠ ଚିରଟ ପରେ ରଥଯାତ୍ରା ପାଇଁ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ ହେବ।
ସୂଚନା ଅନୁସାରେ, ଗତକାଲି ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଭି। ବିଗତ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସେହି ଅନୁଯାୟୀ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରଥକାଠ ସଂଗ୍ରହ, ରଥଖଳା ନିର୍ମାଣ, ରଥ ନିର୍ମାଣଠାରୁ ଆରମ୍ଭ କରି ରାସ୍ତାଘାଟ, ଡ୍ରେନେଜ୍ ଆଦିର ମରାମତି, ପରିବହନ, ପାନୀୟ ଜଳ ଆଦିର ସୁବନ୍ଦୋବସ୍ତ କରିବାକୁ କୁହାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆଇନଶୃ୍ଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।