ତାତିରୁ ମୁକ୍ତି ପାଇଁ ନଦୀରେ କରୁଥିଲେ ସ୍ନାନ! ଏବେ ମିଳୁନି ଦୁଇ ଭାଇଙ୍କ ପତ୍ତା

ଓଏଲ୍ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗ୍ରୀଷ୍ମ ପ୍ରବାହ କାରଣରୁ ଆହୁରି ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି। ତାତିକୁ ନଜରରେ ରଖି ଆଗାମୀ ୫ ଦିନ ଯାଏଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ତାତି ପାଇଁ ସମସ୍ତେ କଲବଲ ହେଉଛନ୍ତି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନଦୀରେ ଦୁଇ ଭାଇ ସ୍ନାନ କରୁଥିବାବେଳେ ନିଖୋଜ ହୋଇଥିବା ଜଣା ପଡିଛି। ନଦୀରେ ଗାଧେଇବା ସମୟରେ ଏହି ଅଘଟଣ ଘଟିଛି। ଜୋକଡିଆ ଖରସ୍ରୋତା ନଦୀରେ ଦୁଇ ଭାଇ ବୁଡି ନିଖୋଜ ହୋଇଥିବା ଜଣା ପଡିଛି।