ନାଲିରୁ ଗେରୁଆ ହେଲା ଡିଡି ନ୍ୟୁଜ ଲୋଗୋ, ଜାଣନ୍ତୁ ଦୂରଦର୍ଶନର ଇତିହାସ
ବଦଳିଲା ଡିଡି ନ୍ୟୁଜର ଲୋଗୋ, ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।
ଓଏଲ୍ ବ୍ୟୁରୋ: ଭାରତରେ ଆରମ୍ଭ ହୋଇ ସାରିଛି ଗଣତନ୍ତ୍ରର ମହାପର୍ବ। ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ନିିଜର ଐତିହାସିିକ ଲୋଗର ରଙ୍ଗ ବଦଳେଇ ଦେଇଛି। ଲୋଗର ରଙ୍ଗ ପରିବର୍ତ୍ତନ ନେଇ ଡିଡି ନ୍ୟୁଜ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଥିବା ନାଲି ରଙ୍ଗର ଲୋଗୋକୁ ବଦଳାଇ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ କରିଛି ଡିଡି ନ୍ୟୁଜ୍।
ଅଫିସିଆଲ ଏକ୍ସ ହ୍ୟାଣ୍ଡଲରେ ଡିଡି ନ୍ୟୁଜ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ପୂର୍ବ ପରି ମୂଲ୍ୟବୋଧଅତୁଟ ରହିବ, ବାସ୍ ଏବେ ଏକ ନୂଆ ଅବତାରରେ ଉପଲବ୍ଧ ହୋଇଛୁ। ଏକ ଏଭଳି ସମ୍ବାଦ ଯାତ୍ରା ପାଇଁ ଆପଣ ପ୍ରସ୍ତୁତ ରୁହନ୍ତୁ ଯାହା ପୂର୍ବରୁ କେବେ ହୋଇନାହିଁ। ଆପଣ ନୂଆ ଡିଡି ନ୍ୟୁଜ ଦେଖିବା ସହିତ ଅଭିଜ୍ଞତା ନିଅନ୍ତୁ। ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।
ଲୋକସଭା ନିର୍ବାଚନ ପୂର୍ବରୁ ଲୋଗୋ ପରିବର୍ତ୍ତନ କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି। ଏହା ଆଉ ପ୍ରସାର ଭାରତୀ ହୋଇ ରହିନାହିଁ, ବର୍ତ୍ତମାନ ଏହା ପ୍ରଚାର ଭାରତୀରେ ପରିଣତ ହୋଇଛି ବୋଲି କହିଛନ୍ତି ବିରୋଧି। ଅନ୍ୟପକ୍ଷରେ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଗୌରବ ଦ୍ୱିବେଦୀ ସମାଲୋଚନାକୁ ଖଣ୍ଡନ କରିଛନ୍ତି।
ସେ କହିଛନ୍ତି, ଲୋଗୋକୁ କମଳା ରଙ୍ଗ କରାଯାଇଛି। ଜି-୨୦ ସମ୍ମିଳନୀ ଆୟୋଜନ ପୂର୍ବରୁ ଆମେ ଡିଡି ଇଣ୍ଡିଆର ଲୋଗୋକୁ ବଦଳାଇଥିଲୁ। ଗତ କିଛି ଦଶନ୍ଧି ମଧ୍ୟରେ ଲୋଗୋର ରଙ୍ଗକୁ ଏକାଧିକ ଥର ବଦଳାଯାଇଛି ଏବଂ ବିଭିନ୍ନ ରଙ୍ଗର ମିଶ୍ରଣକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ଚ୍ୟାନେଲକୁ ସ୍ବତନ୍ତ୍ର କରିବା ପାଇଁ ପରିବର୍ତ୍ତନ ଆବଶ୍ୟକ ବୋଲି କହିଛନ୍ତି ଗୌରବ।
ଦୂରଦର୍ଶନର ଇତିହାସ:
୧୯୫୯ ମସିହା ସେପ୍ଟମ୍ବର ୧୫ ତାରିଖରେ ସର୍ବପ୍ରଥମେ ସର୍ବସାଧାରଣ ପ୍ରସାରଣ ସେବା ଭାବେ ଦୂରଦର୍ଶନ ପ୍ରସାରିତ ହୋଇଥିଲା। ପରେ ୧୯୬୫ ମସିହାରେ ସକାଳ ଓ ସନ୍ଧ୍ୟାର ଶୋକୁ ଦୈନିିକ ପ୍ରସାରଣ କରାଯାଇଥିଲା। ଯାହା ଦିଲ୍ଲୀରୁ ପରିଚାଳିତ ହୋଇଥିଲା। ୧୯୭୫ ମସିହା ସୁଦ୍ଧା ଡିଡିର ସେବା ମୁମ୍ବାଇ, ଅମୃତସାର ଓ ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବାକୁ ଲାଗିଲା। ୧୯୭୬ ମସିହା ଏପ୍ରିଲ ୧ ତାରିଖରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନକୁ ଆସିଥିଲା ଦୂରଦର୍ଶନ। ପରେ ୧୯୮୨ ମସିହାରେ ଜାତୀୟ ପ୍ରସାରଣ ସଂସ୍ଥା ଭାବେ ପରିିଚୟ ହାସଲ କରିଥିଲା। ପରେ ୧୯୮୪ ମସିହାରେ ଡିଡି ନିଜର ନେଟଓ୍ବାର୍କ ବୃଦ୍ଧି କରି ଅଧିକ ଚ୍ୟାନଲେ ଯୋଡ଼ିିଥିଲା। ବର୍ତ୍ତମାନ ଦୂରଦର୍ଶନ ୬ ରାଷ୍ଟ୍ରୀୟ ଓ ୧୭ଟି ଆଞ୍ଚଳିକ ଚ୍ୟାନଲେ ପରିଚାଳନା କରୁଛି।