ଶେରଗଡ଼ରେ ନବୀନଙ୍କ ସମ୍ବୋଧନ; ୨୦୩୬ ସୁଦ୍ଧା ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିିଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ମଇଦାନରେ ପ୍ରଚାର ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିଛନ୍ତି ନବୀନ।। ଆଉ ଏସବୁ ମଧ୍ୟରେ ଆଜି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ସମରଝୋଳରେ ନଵୀନ ପଟ୍ଟନାୟକ ଜନସଭାକୁ ସମ୍ବୋଧନ କରିଛନ୍ତି।
ଶେରଗଡ଼ରେ ନବୀନ ପଟ୍ଟନାୟକ ଜନସଭାକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ହିଞ୍ଜିଳି ଶେରଗଡ଼ରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା। ପୂର୍ବରୁ ହିଞ୍ଜିଳିରେ ଜୟ ଜଗନ୍ନାଥ କହି ନବୀନ ପଟ୍ଟନାୟକ ସମ୍ବୋଧନ କରିଥିଲେ। ଜନସାଧାରଣଙ୍କୁ ନବୀନ ପଟ୍ଟନାୟକ ସମ୍ବୋଧନ କରି କହିଥିଲେ, ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା। ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ। ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି। ୨୦୨୪ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି। ମିଶନ ଶକ୍ତି ମାଆ ମାନେ ଉଦ୍ୟୋଗୀ ହେଲେଣି। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ। ହିଞ୍ଜିଳିରୁ ହିଁ ଆରମ୍ଭ ହେଲା ବିଜୁ ଜନତା ଦଳର ଜୟ ଯାତ୍ରା। ଏହା ସହ ବିକାଶକୁ ନେଇ ସେ କହିଛନ୍ତି, ବିକାଶକୁ ବିରୋଧ କରି କେହି କେବେ ସଫଳ ହୋଇନାହିଁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।
୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଶହେ ବର୍ଷ ପୂରଣ କରିବ। ୨୦୩୬ରେ ଓଡ଼ିଶା ହେବ ଦେଶର ଏକ ନମ୍ବର ରାଜ୍ୟ। ବିକାଶ ହେଉଛି ଆମର ପରିଚୟ କିନ୍ତୁ ଦୁଃଖର କଥା, ବିରୋଧୀ ଦଳ ଗୁଡିକ ସବୁକଥାରେ ରାଜନୀତି କରୁଛନ୍ତି। ସେମାନେ ବିକାଶକୁ ବିରୋଧ କରୁଛନ୍ତି, ଆତ୍ମପ୍ରଚାର କରୁଛନ୍ତି। ଶ୍ରୀମନ୍ଦିର ପ୍ରକଳ୍ପ ହେଉ କି ଏକାମ୍ର କିମ୍ବା ସମଲାଇ ପ୍ରକଳ୍ପ, ସବୁକିଛିକୁ ବିରୋଧୀ ବିରୋଧ କରୁଛନ୍ତି। ବିକାଶକୁ ବିରୋଧ କରି କେବେ କେହି ସଫଳ ହୋଇ ନାହାନ୍ତି। ଆଜି ହିଞ୍ଜିଳି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେବା ସମୟରେ ଏଭଳି କହିଛନ୍ତି। ଏହି ଜନସଭାରେ ଫାଇଭ୍-ଟି ଅଧ୍ୟକ୍ଷ ହିଞ୍ଜିଳି ଭୋଟରଙ୍କୁ ଆହ୍ୱାନ ଦେଇ କହିଛନ୍ତି, ଖରା ହେଉ କି ବର୍ଷା ହେଉ। ବାହାରକୁ ଆସିବେ, ଭୋଟ ଦେଇ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ମାର୍ଜିନରେ ଜିତାଇବେ।