ସୋନପୁରରେ ଅମିତ ଶାହ; ଜନସଭାକୁ ସମ୍ବୋଧନ କରି କହିଲେ….

ଓଏଲ୍ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ମେ’ ୧୩ ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଏହାରି ମଧ୍ୟରେ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସୋନପୁର ରାମେଶ୍ବରମ ଷ୍ଟାଡିୟମରେ ବିଶାଳ ନିର୍ବାଚନୀ ସଭାରେ ଅମିତ ଶାହ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଭାରତ ମାତା କି ଜୟ ଓ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରି ଭାଷଣର ଆରମ୍ଭ କରିଛନ୍ତି।
ସେ କହିଛନ୍ତି, ଓଡ଼ିଶାରେ ୨୦ ଲୋକସଭା ସିଟ୍ ଜିତିବା କି ନାହିଁ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ। ଓଡ଼ିଶାକୁ ପ୍ରଥମଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି। ଭାଷା, ସାହିତ୍ୟ , ଧର୍ମ ଓ ସଂସ୍କୃତି ପାଇଁ ଏଥର ବିଜେପି ଲଢେଇ କରୁଛି। ଏହା ସହ ବିରୋଧୀଙ୍କୁ ଟାର୍ଗେଟ କରି କହିଲେ, ଏଠାରେ ବିରୋଧୀ ଭ୍ରଷ୍ଟାଚାର ସୃଷ୍ଟି କରିଛନ୍ତି। ନବୀନ ବାବୁଙ୍କ ସରକାରଙ୍କୁ ବାହାର କରି ବିଜେପି ସରକାରଙ୍କୁ ଓଡିଶାରେ ସ୍ଥାନ ଦେବାକୁ ନିବେଦନ କରିଛନ୍ତି।
ସୂଚନା ଅନୁସାରେ, ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅମିତ ଶାହ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସୋନପୁର କାର୍ଯ୍ୟକ୍ରମ ସାରି ପୁଣି ଝାରସୁଗୁଡା ବିମାନବନ୍ଦର ପହଞ୍ଚିବେ। ସେଠାରେ ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱର ପାଇଁ ବାହାରିବେ କେନ୍ଦ୍ର ଗୃହମନ୍ତ୍ରୀ। ସନ୍ଧ୍ୟା ୬ଟା ୫୫ରେ ଭୁବନେଶ୍ୱର ପହଞ୍ଚିବେ। ପରେ ଭୁବନେଶ୍ୱରରେ ରାଜ୍ୟ ବରିଷ୍ଠ ନେତାଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି।