ସେମିଳିଗୁଡ଼ାରେ ବିଜେଡିର ପ୍ରଚାର; ଜନସାଧାରଣଙ୍କୁ ସମ୍ବୋଧିତ କଲେ ଭି.କେ ପାଣ୍ଡିଆନ

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଏବେ ନିର୍ବାଚନୀ ତାତି। ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ସୋମବାର ଦିନ ନବୀନ ନିବାସରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ିି ଶଙ୍ଖର ପ୍ରଚାର ଆରମ୍ଭ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ି ଶଙ୍ଖରେ ଭୋଟ୍ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ଗତକାଲି ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି।
ଏହା ପରେ ଆଜି କୋରାପୁଟ ଗସ୍ତରେ ଭି.କେ ପାଣ୍ଡିଆନ୍। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି ପାଣ୍ଡିଆନ୍। ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ସେମିଳିଗୁଡ଼ା ପରେ ଲକ୍ଷ୍ମୀପୁର ଗସ୍ତ କରିବେ। ସେଠାରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ। ଏହାପରେ ଅପରାହ୍ଣ ୩ଟାରେ ବିଷମକଟକରେ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସେମିଳିଗୁଡ଼ାରେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ପର୍ଯ୍ୟଟନ ସ୍ଥଳୀର ଉନ୍ନତି ହେଲେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଧ୍ୟାନ ଦେଇଥିବା ଭି.କେ ପାଣ୍ଡିଆନ୍ କହିଛନ୍ତି।