ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଏଯାବତ୍ ତ୍ରିପୁରାରେ ସର୍ବାଧିକ ଭୋଟ ଗ୍ରହଣ

ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୨ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୮୮ଟି ନିର୍ବାଚନମଣ୍ଡଳୀରୁ ୧,୨୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସମସ୍ତ ୫୪୩ ଟି ଆସନ ପାଇଁ ସାମଗ୍ରିକ ଫଳାଫଳ ଜୁନ୍ ୪ରେ ଏକତ୍ର ଘୋଷିତ ହେବ। ତେବେ ଆଜିର ପର୍ଯ୍ୟାୟରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଭାଗ୍ୟ ପରୀକ୍ଷା ହେଉଛି।
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଥିବାବେଳେ ଏଯାବତ ତ୍ରିପୁରାରେ ସର୍ବାଧିକ ମତଦାନ ହୋଇଛି। ଦିନ ୧୧ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୩୬.୪୨ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ୬୮.୯୨ ପ୍ରତିଶତ ମତଦାନ ହୋଇଛି। ମହାରାଷ୍ଟ୍ରରେ ସର୍ବନିମ୍ନ ୪୩.୦୩ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ସୂଚନା ରହିଛି। ତେବେ ସକାଳୁ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ପର୍ଯ୍ୟନ୍ତ ଏହା ଚାଲିବ।