ଆଉ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି, କାହାକୁ ମିଳିଲା ଟିକେଟ ଜାଣନ୍ତୁ

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ୮ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି। ବାହୁବଳୀ ନେତା ଭାବେ ପରିଚିତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ଟିକେଟ ମିଳିଥିବା ବେଳେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ପ୍ରାର୍ଥୀ କରିଛି ବିଜେପି।
ସେହିପରି ଦଳ ତେଲକୋଇ ଆସନ ପାଇଁ ଡ. ଫକୀର ମୋହନ ନାଏକଙ୍କୁ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ମୋହନ ଶର୍ମା, ବସ୍ତା ପାଇଁ ରବିନ୍ଦ୍ର ଅଣ୍ଡିଆ, ବାସୁଦେବପୁର ବାଣିକଲ୍ୟାଣ ମହାନ୍ତି, ହିନ୍ଦୋଳ ପାଇଁ ସୀମାରାଣୀ ନାୟକ, କେନ୍ଦ୍ରପଡ଼ା ଆସନ ପାଇଁ ଗୀତାଞ୍ଜଳୀ ସେଠୀଙ୍କୁ ପ୍ରାର୍ଥୀ କରିଛି ଦଳ।