ଆଉ ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
![](https://www.odishalink.com/wp-content/uploads/2024/03/Naveen-Patnaik-750x430.jpg)
ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆଜି ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଆଜି ୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି।ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ।ବିଜେଡି ୧୪୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ। ଏବେ ଆଉ ୩ ଜଣ ପ୍ରାର୍ଥୀ ଘୋଷଣା ବାକି ରହିଛି।
ସେହିପରି କଂଗ୍ରେସ ଏଯାଏଁ ୧୩୯ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି ଏଯାଏଁ ୧୪୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି ଆଉ ୭ଟି ଆସନରେ ଏବଂ କଂଗ୍ରେସ ୮ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି।