ନିର୍ବାଚନ ପୂର୍ବରୁ ପୁଣି କମିଲା ସୁନାଦର; ଜାଣନ୍ତୁ ଆଜିର ଦର କେତେ..
ଓଏଲ୍ ବ୍ୟୁରୋ: ଗତ କିଛି ଦିନ ହେବ ସୁନା ଦର ବଢ଼ିଚାଲିଥିଲା। ତେବେ ଆଜି ଗ୍ରାହକଙ୍କ ପାଇ ଏକ ପ୍ରକାର ଖୁସି ଖବର ଆସିଛି। କମିଲା ସୁନା ଓ ରୂପା ଦର। ନିର୍ବାଚନ ଋତୁ ଚାଲିଥିବା ବେଳେ ସୁନାଦର କମିଛି। ଲଗାତର ସୁନାଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା। ହେଲେ ଆଜି ସୁନାଦରରେ ହ୍ରାସ ପାଇବା ପରେ ଗ୍ରାହକଙ୍କ ମଧ୍ଯରେ ଆଶ୍ଵସ୍ତି ଆଣିଛି। ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। ଯାହାକି ଭୁବନେଶ୍ଵରରେ ମଧ୍ଯ ଦେଖିବାକୁ ମିଳିଛି। ହେଲେ ସୁନା ଦର ଏବେ ବି ଅଧିକ ରହିଛି।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୭୧ ହଜାର ୫୬୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୮ ହଜାର ୪୫୦ ଟଙ୍କା ରହିଛି। ସେହିପରି ଆଜି ରୂପା ଦର କିଲୋପିଛା ୭୯ ହଜାର ଟଙ୍କା ରହିଛି। ତେବେ ସବୁଠାରୁ କୌତୂହଳର ବିଷୟ ହେଉଛି ଯେ, ମାତ୍ର ମାସକ ମଧ୍ୟରେ ବଜାରରେ ସୁନା ମୂଲ୍ୟ ୬ ହଜାର ଟଙ୍କା ମହଙ୍ଗା ହୋଇଥିଲା। ସେହିପରି ରୂପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୯ ହଜାର ଟପିଥିଲା।