ଚିନ୍ତା ବଢ଼ାଇଲା ପ୍ରଚଣ୍ଡ ତାତି; ଅଂଶୁଘାତ ନେଲା ଆଉ ଜଣଙ୍କ ଜୀବନ

ଓଏଲ୍ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ଏହାରି ମଧ୍ୟରେ ରାଜ୍ୟରେ ଅଂଶୁଘାତରେ ସରକାରୀ ଭାବେ ଆଉ ଜଣକ ମୃତ୍ୟୁ ହୋଇଛି। ବାଲେଶ୍ବର ପରେ ଢେଙ୍କାନାଳରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ଛୁଇଁଛି। ସୁନ୍ଦରଗଡ଼ରେ ସର୍ବାଧିକ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରେ ୪୦ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଅଂଶୁଘାତ ଆକ୍ରାନ୍ତ ଓ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି। ତାତିକୁ ନଜରରେ ରଖି ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକକୁ ସତର୍କ ରହିବାକୁ ସୂଚନା ଜାରି ହୋଇଛି।