ବଦଳିଲା ୟୁଜିସି-ନେଟ୍ ପରୀକ୍ଷା ତାରିଖ, କେବେ ହେବ ଜାଣନ୍ତୁ

ଓଏଲ୍ ବ୍ୟୁରୋ: ନିର୍ବାଚନ ଋତୁରେ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପରୀକ୍ଷା ତାରିଖ। ଏବେ ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। ଜୁନ୍ ୧୬ରେ ହେବାକୁ ଥିବା ପରୀକ୍ଷା ଜୁନ୍ ୧୮ରେ ଅନୁଷ୍ଠିତ ହେବ। ଏନେଇ ୟୁଜିସି ମୁଖ୍ୟ ଜଗଦୀଶ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ଜଗଦୀଶ କୁମାର ସୂଚନା ଦେଇ କହିଛନ୍ତି, ଜୁନ୍ ୧୬ରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା ଜୁନ୍ ୧୮ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ଓଏମଆର ମୋଡରେ ହେବ। ଖୁବଶୀଘ୍ର ଏ ନେଇ ଔପଚାରିକ ବିଜ୍ଞପ୍ତି ଜାରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଜୁନ ୧୬ରେ ୟୁପିଏସସି-ମେନ୍ସ ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀମାନଙ୍କ ଅନୁରୋଧକ୍ରମେ ୟୁଜିସି ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି।
କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପୂର୍ବରୁ ଦିଆଯାଇଥିବା ୟୁପିଏସସି ପରୀକ୍ଷା କ୍ୟାଲେଣ୍ଡର ଅନୁଯାୟୀ ୟୁପିଏସସି ମେନ୍ସ ପରୀକ୍ଷା ମେ ୨୬, ୨୦୨୪ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ସାରା ଦେଶରେ ଲୋକସଭା ନିର୍ବାଚନ ଥିବାରୁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏହାପରେ ୟୁପିଏସସି ଏକ ନୂଆ କାର୍ଯ୍ୟସୂଚୀ ଜାରି କରିଥିଲା ଏବଂ ଏଥିରେ ମୁଖ୍ୟ ପରୀକ୍ଷା ର ତାରିଖ ଜୁନ୍ ୧୬, ୨୦୨୪ ଦର୍ଶାଯାଇଥିଲା।