ଯବାନ-ମାଓବାଦୀ ମୁହାଁମୁହିଁ: ୪ ନକ୍ସଲ ନିପାତ, ସର୍ଚ୍ଚ ଅପରେସନ ଜାରି

ଓଏଲ୍ ବ୍ୟୁରୋ: ଛତିଶଗଡ଼ରେ ପୁଣି ଡିଆରଜି ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିବା ଜଣା ପଡିଛି। ଛତିଶଗଡ଼ ନାରାୟଣପୁରରେ ଏନ୍କାଉଣ୍ଟର ହୋଇଛି। ଏନ୍କାଉଣ୍ଟରରେ ୪ ନକ୍ସଲ ନିପାତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସୁଚାହନ ଅନୁସାରେ, ଗତକାଲି ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସୁକମାରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସୁରକ୍ଷାକର୍ମୀ ଏନ୍କାଉଣ୍ଟର ପରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରାଯାଇଥିଲା।