ଟି-୨୦ ବିଶ୍ବକପ୍ ୨୦୨୪: ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ଷ୍ଟାର ଖେଳାଳି

ଓଏଲ୍ ବ୍ୟୁରୋ: ଜୁନ୍ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଭାରତୀୟ କ୍ରିକେଟ ବୋର୍ଡ ଆଜି ବିଶ୍ବକପ୍ ଅଭିଯାନ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଉପଅଧିନାୟକ ଦାୟିତ୍ବ ଦେଇଛି। ସେହିପରି ଦେଢ଼ ବର୍ଷ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଋଷଭ ପନ୍ତ।
ଗ୍ରୁପ୍ ଏ ରେ ସ୍ଥାନ ପାଇଥିବା ଭାରତୀୟ ଦଳ ବିଶ୍ବକପ୍ ଅଭିଯାନ ଜୁନ୍ ୫ ତାରିଖରୁ ଆରମ୍ଭ କରିବ। ଆୟରଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦଳ। ଏଥିସହିତ ପାକିସ୍ତାନ, କାନାଡା, ଆମେରିକା ବିପକ୍ଷରେ ମଧ୍ୟ ଗ୍ରୁପ୍ ଷ୍ଟେଜ ମୁକାବିଲା ଖେଳିବ ଭାରତ।
ବିଶ୍ବକପ୍ ପାଇଁ ଟିମ୍ ଇଣ୍ଡିଆ:
ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ଯଶ୍ବସୀ ଜୟଶଓ୍ବାଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶିବମ ଦୁବେ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ ଓ ଚହଲଙ୍କୁ ଦଳରେ ସ୍ଥାନ ମିଳିଛି। ସେହିପରି ୪ ଜଣ ଖେଳାଳିଙ୍କୁ ଅତିରିକ୍ତ ଖେଳାଳି ଭାବେ ଦଳରେ ସ୍ଥାନ ଦେଇଛି। ଶଭୁମନ ଗିଲ, ରିଙ୍କୁ ସିଂ, ଖଲିଲ ଅହମଦ ଓ ଆଭେଶ ଖାନ ଅତିରିକ୍ତ ଖେଳାଳି ଭାବେ ଦଳରେ ସ୍ଥାନ ପାଇଛନ୍ତି।