ନାମାଙ୍କନ ପର୍ବ; ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ହେଭିଓ୍ବେଟ୍ ନେତା

ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ୨୧ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି। ହେବାକୁ ଥିବା ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ମାନେ ପଟୁଆରରେ ଆସି ନାମାଙ୍କନ ଦାଖଲ କରୁଛନ୍ତି।
ବରଗଡ଼ ପ୍ରକଳ୍ପ ନିର୍ଦେଶକ ସୁଶାନ୍ତ କୁମାର ସିଂଙ୍କ ପାଖରେ ନିଜ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ବିଜେଡ଼ି ସାଂସଦ ପ୍ରାର୍ଥୀନୀ ପରିଣୀତା ମିଶ୍ରଙ୍କ ସହ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ। ଏଥିସହ ବରଗଡ଼ରୁ ହଜାର ହଜାର ବିଜେଡ଼ି କର୍ମୀ ଓ ସମର୍ଥକଙ୍କ ସହ ସହର ପରିକ୍ରମା ସହ ଶକ୍ତି ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାମକୁ ମୁଦ୍ଦା କରି ନିର୍ବାଚନରେ ବିଜୟୀ ହେବେ ବୋଲି କହିଛନ୍ତି ରିତା ସାହୁ।
ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ନାମାଙ୍କନ ଦାଖଲ କରୁଛନ୍ତି। ବିରାଟ ରାଲି ଓ ଶୋଭାଯାତ୍ରାରେ ଆସି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ୨୦୧୪ ଓ ୨୦୧୯ ରେ ବିଜେପିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଛନ୍ତି ଜଗନ୍ନାଥ ପ୍ରଧାନ। ଏଥର ତାଙ୍କର ପ୍ରତିଦ୍ୱନ୍ଦୀ ଭାବେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନନ୍ତ ନାରାୟଣ ଜେନା।