ପୁଣି ବଢ଼ିଲା ତାତି; ସକାଳୁ ୩୭ ଡିଗ୍ରୀ ଟପିଲା ତାପମାତ୍ରା
![](https://www.odishalink.com/wp-content/uploads/2023/02/temper.jpg)
ଓଏଲ୍ ବ୍ୟୁରୋ: ପୁଣି ବଢ଼ିଲା ଦିନ ତାପମାତ୍ରା। ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହୋଇଥିଲା। କାଳବୈଶାଖୀ ପରେ ତାତିରୁ ଆଶ୍ବସ୍ତି ମିଳିଥିବାବେଳେ ଆଜି କିନ୍ତୁ ପୁଣି ଥରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଜି ବି କାଲି ପରି ତାତି ଅନୁଭୂତ ହେଉଛି।
ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୭ ଟପିଲା। ୩୭.୨ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ଭବାନୀପାଟଣାରେ ୩୬.୨, ବଲାଙ୍ଗିରରେ ୩୫.୪, ମାଲକାନଗିରିରେ ୩୫, ଝାରସୁଗୁଡ଼ାରେ ୩୪.୮, ବାଲେଶ୍ବରରେ ୩୪.୬, ରାଉରକେଲାରେ ୩୪.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।