ଜୟପୁର ଗସ୍ତରେ ଭି.କେ ପାଣ୍ଡିଆନ; ବିଜେଡିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା

ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ବଢୁଥିବା ତାପମାତ୍ରା ସହିତ ରାଜନୈତିକ ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି। ଏହି କ୍ରମରେ ଆଜି ସକାଳୁ ଭି.କେ ପାଣ୍ଡିଆନ ଜୟପୁରର ପ୍ରସିଦ୍ଧ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି।
ଏସବୁ ଭିତରେ ବିଜେଡିରେ ଜୟପୁରର ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ଭତରା ଭି.କେ ପାଣ୍ଡିଆନଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ କଂଗ୍ରେସ ନେତା ବି ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ପୂର୍ବତନ ମନ୍ତ୍ରୀ ରବି ନନ୍ଦ ଓ ବିଧାନସଭା ପ୍ରାର୍ଥୀ ଇନ୍ଦିରା ନନ୍ଦ।
ସୂଚନା ଅନୁସାରେ, ଗତକାଲି ବିଶାଳ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ ଭି.କେ ପାଣ୍ଡିଆନ। ଆଜି ସକାଳୁ ଜୟପୁରର ପ୍ରସିଦ୍ଧ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି ସନ୍ଧ୍ୟାରେ ଭି.କେ ପାଣ୍ଡିଆନ ଜୟପୁର ସହରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ବିକାଶ ପାଇଁ ବିଜେଡିକୁ ବାଛିବାକୁ ପାଣ୍ଡିଆନ ଜୟପୁରବାସୀଙ୍କୁ ଅନୁରୋଧ କରିଛନ୍ତି।