Odisha Link
Bridging the Missing Links in Odisha

ବାଲେଶ୍ବର ଲୋକସଭା: ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଖାରବେଳ ସ୍ୱାଇଁ

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ରାଜନୀତିରେ ହଟଚମଟ। ଚଳିତ ନିର୍ବାଚନରେ ବିଜେପି ଟିକେଟ ପାଇନଥିବା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ନିର୍ବାଚନ। ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ସେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି।

ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ ଖାରବେଳ ସ୍ବାଇଁ। ଅନ୍ୟପଟେ ଦଳ ପୁଣି ଥରେ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖାରବେଳ ସାଇଁ। ଗତ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଖାରବେଳ । କିନ୍ତୁ ବିଜେଡିର ଅଚ୍ୟୁତ ସାମନ୍ତଙ୍କଠୁ ୭୦ ହଜାରରୁ ଅଧିକ ଭୋଟରେ ହାରିଥିଲେ ଖାରବେଳ।

ଖାରବେଳ ସ୍ବାଇଁ ବାଲେଶ୍ୱରର ବାସିନ୍ଦା ।ପୂର୍ବରୁ ବାଲେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସିଏ।,ତେଣୁ ଏଥର ବାଲେଶ୍ୱର ଲୋକସଭା ଆସନରୁ ଟିକେଟ ଚାହୁଁଥିଲେ ଖାରବେଳ। ବାଲେଶ୍ୱର ଲୋକସଭା ଆସନର ଟିକେଟ ପରିବର୍ତ୍ତନ କରି ତାଙ୍କୁ ପ୍ରାର୍ଥୀ କରିବାକୁ କହିଥିଲେ ଖାରବେଳ। କିନ୍ତୁ ବିଜେପି ପ୍ରାର୍ଥୀ ପରିବର୍ତନ ନକରିବା ପରେ ଶେଷରେ ସ୍ୱାଧୀନ ଲଢିବାକୁ ନିଷ୍ପତି ନେଇଛନ୍ତି ଖାରବେଳ ସ୍ୱାଇଁ।

Leave A Reply

Your email address will not be published.