Odisha Link
Bridging the Missing Links in Odisha

ଖଣ୍ଡପଡ଼ା: ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅନୁଭବ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ରୋଚକ ହେବାରେ ଲାଗିଛି ଖଣ୍ଡପଡ଼ା ରାଜନୀତି। ଟିକେଟ ନପାଇ ନିରାଶ ହୋଇଥିବା ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି ସେ ବିଜୁ ଜନତା ଦଳର ପ୍ରାଥମିତ ସଦସ୍ୟତାରୁ ଇସ୍ତଫା ଦେଇଥିଲେ।

ପୂର୍ବ ନିର୍ବାଚନ ବର୍ଷ ଗୁଡ଼ିକ ଭଳି ଚଳିତ ନିର୍ବାଚନରେ ମଧ୍ୟ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା ଖଣ୍ଡପଡ଼ା ବିଧାନସଭା ଆସନ। କାରଣ ଖଣ୍ଡପଡ଼ା ବିଧାୟକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ ବହିଷ୍କାର କରିବା ପରେ କିଏ ଖଣ୍ଡପଡ଼ା ଟିକେଟ ହାତେଇବ ତାକୁ ନେତି ଆରମ୍ଭ ହୋଇଥିଲା କଳ୍ପନାଜଳ୍ପନା। ଟିକେଟ ଆଶାୟୀଙ୍କ ଦୌଡ଼ରେ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଥିଲେ। ହେଲେ ଗତକାଲି ବିଜେଡି ସୁପ୍ରିମୋ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଥିଲେ। ଟିକେଟ ନପାଇ ଅନୁଭବ ଗତକାଲି ଇସ୍ତଫା ଦେଇଥିଲେ।

ସୂଚନାଥାଉକି, ଅନୁଭବ ପଟ୍ଟନାୟକ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ଦୀର୍ଘ ୪୦ ବର୍ଷ ଧରି ଖଣ୍ଡପଡାରେ ଦଳର ସଙ୍ଗଠନକୁ ସୁଦୃଢ କରିବାକୁ ଆମ ପରିବାର ଚେଷ୍ଟିତ ରହିଛି। ପ୍ରତି ନିର୍ବାଚନରେ ମଧ୍ୟ ଦଳକୁ ଜିତାଇବାକୁ କାମ କରିଛୁ। ହେଲେ ଏହାସତ୍ତ୍ୱେ ମଧ୍ୟ ୨୦୧୯ରେ ଟିକେଟ୍ ଦିଆଯାଇନଥିଲା। ହେଲେ ତା ପରେ ବି ଦଳ ପାଇ ନିଜର କର୍ତ୍ତବ୍ୟ ପାଳନ କରିଆସୁଥିଲେ। ଖାଲି ସେତିକି ନୁହେଁ, ୨୦୨୪ରେ ମଧ୍ୟ ତାଙ୍କ ପ୍ରତି ପୁଣିଥରେ ଅନ୍ୟାୟ କରାଯାଇଛି। ଖଣ୍ଡପଡାରୁ ଦଳୀୟ ପ୍ରାର୍ଥୀ ଭାବେ ଲଢିବାରୁ ତାଙ୍କୁ ବଞ୍ଚିତ କରାଯାଇଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହ ସେ ଖଣ୍ଡପଡ଼ା ମାଟିର ସନ୍ତାନ ଭାବରେ ଖଣ୍ଡପଡ଼ା ମାଟିର ବିକାଶ କରିବା ତାଙ୍କ ଉଦ୍ଦେଶ୍ୟ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.