ଏବେ ବି ଅଲୋଡ଼ା କନ୍ୟା ସନ୍ତାନ! ବ୍ୟାଗ୍ ଭିତରୁ ଉଦ୍ଧାର ହେଲା ଶିଶୁକନ୍ୟା

ଓଏଲ୍ ବ୍ୟୁରୋ: ଆଜି ବି କ’ଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କ’ଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି। ତେବେ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ବଲାଙ୍ଗିରରେ ପ୍ଲାଷ୍ଟିକ ବ୍ୟାଗ୍ ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ସଦର ଥାନା ଖଲିକାନି ଗାଁ ପାଖରୁ ଉଦ୍ଧାର କଲେ ଲୋକେ। ଉଦ୍ଧାର ନବଜାତ ଶିଶୁକନ୍ୟା ଭୀମଭୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। କିଏ ଓ କାହିଁକି ଏପରି ଅମାନବୀୟ କାର୍ଯ୍ୟ କଲା ତାହା ଜଣାପଡ଼ି ନାହିଁ।