Odisha Link
Bridging the Missing Links in Odisha

ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କ ମାରାଥନ ଓଡ଼ିଶା ଗସ୍ତ, ୬ରେ ଆସିବେ ମୋଦି

ଓଏଲ୍‌ ବ୍ୟୁରୋ: ମେ’ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଅନ୍ୟପଟେ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କରୁଛନ୍ତି ଜୋରଦାର କସରତ। ବିଜେଡି ପୁଣିଥରେ ଶାସନ ଗାଦିରେ ବସିବା ପାଇଁ କରୁଛି ଜୋରଦାର ପ୍ରସ୍ତୁତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟିର ଫୋକସରେ ରହିଛି ଓଡ଼ିଶା। ଆଉ ସେଥିପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ମାରାଥାନ ଓଡ଼ିଶା ଗସ୍ତ ଦେଖିବାକୁ ମିଳିଛି।

ଆସନ୍ତାକାଲି ଓଡ଼ିଶା ଅସୁଛନ୍ତି କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ ଏବଂ କର୍ମୀଙ୍କୁ ବିଜୟର ଗୁରୁମନ୍ତ୍ର ଦେବେ। ସେହିପରି ୫ ତାରିଖରେ ବିଜେପି ରାଷ୍ଟୟୀ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏହି ବୈଠକରେ ବିଜେପିର ତୁୁଙ୍ଗ ନେତାମାନେ ଉପସ୍ଥିତ ରହିବେ। ଏହାପରେ କଟକରେ ମଧ୍ୟ ବୈଠକ ସହ କର୍ମୀଙ୍କୁ ଗରମନ୍ତ୍ର ଦେବେ ନଡ୍ଡା। ଏପ୍ରିଲ ୨୮ରେ ବ୍ରହ୍ମପୁର ଆସି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଜେପି ନଡ୍ଡା।

ସବୁଠୁ ବଡ଼କଥା ହେଲା ମେ’ ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ପିଏମ୍‌ ମୋଦି। ଦକ୍ଷିଣ ଓଡ଼ିଶାରେ ବିଜେପିର ସ୍ଥିତି ମଜବୁତ ପାଇଁ ଚଳିତ ଥର ଆଶା ରଖିଛି ବିଜେପି।

Leave A Reply

Your email address will not be published.