Odisha Link
Bridging the Missing Links in Odisha

ରାୟଗଡ଼ା: ରାହୁଲଙ୍କ ୫ ଗ୍ୟାରେଣ୍ଟି, ଦେଶରେ କଂଗ୍ରେସ ଆଣିବ ମହାଲକ୍ଷ୍ମୀ ଯୋଜନା

ଓଏଲ୍‌ ବ୍ୟୁରୋ: ଆଜି ଉତ୍ତର ପ୍ରଦେଶର ରାୟବରେଲୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ। ଯାହାଫଳରେ କଂଗ୍ରେସ ସାଂସଦ ରାହୁଲଙ୍କ ରାୟଗଡ଼ା ଗସ୍ତ ବାତିଲ ହୋଇଥିଲା। ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ରାୟଗଡ଼ାରେ ଆୟୋଜିତ କଂଗ୍ରେସର ନ୍ୟାୟ ସମାବେଶ ଜନସଭାକୁ ସମ୍ବୋଧିତ କରିଛନ୍ତି ରାହୁଲ ଗାନ୍ଧୀ। ଏଥିସହିତ ୫ ଗ୍ୟାରେଣ୍ଟି କଥା କହିଛନ୍ତି ରାହୁଲ।

ରାୟଗଡ଼ାରେ ଆୟୋଜିତ ନ୍ୟାୟ ସମାବେଶରେ ଭିଡିଓ ବାର୍ତ୍ତା ମାଧ୍ୟମରେ ଯୋଡ଼ି ହୋଇ ରାହୁଲ ଗାନ୍ଧୀ ଦେଇଛନ୍ତି ୫ ଗ୍ୟାରେଣ୍ଟି। ସେ କହିଛନ୍ତି,କଂଗ୍ରେସ ଦେଶବାସୀଙ୍କ ପାଇଁ ୫ ଗ୍ୟାରେଣ୍ଟି ଆଣିବ। ଯେଉଁଥିରେ ଦେଶର ଗରିବ ପରିବାରକୁ ଚିହ୍ନଟ କରାଯିବା ସହ ଉକ୍ତ ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ବାର୍ଷିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଯିବ। କଂଗ୍ରେସ ଏଥିପାଇଁ ମହାଲକ୍ଷ୍ମୀ ଯୋଜନା ଆଣିବ। ସେହିପରି ସେ ଆହୁରି କହିଛନ୍ତି, ଚାଷୀଙ୍କ ଋଣ ଛାଡ କରାଯିବ।ଚାଷୀଙ୍କୁ ବିଭିନ୍ନ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ମିଳିବ। ମନେରଗା ଶ୍ରମିକଙ୍କୁ ୪୦୦ ଟଙ୍କା ପାରିଶ୍ରମିକ ଦିଆଯିବ, ଆଶା ଓ ଅଙ୍ଗନବାଡି ମହିଳାଙ୍କ ଆୟ ଦୁଇଗୁଣା ବଢିବ, ମହିଳାଙ୍କ ପାଇଁ ସରକାରୀ ଓ ପବ୍ଲିକ ସେକ୍ଟର ଅଫିସରେ ୫୦% ସଂରକ୍ଷଣ ରହିବ।

ସେ ଆହୁରି କହିଛନ୍ତି, କଂଗ୍ରେସ ସରକାର ଆସିଲେ ଜାତି ଆଧାରରେ ଜନଗଣନା ହେବ। ଆମେ ସମସ୍ତେ ମିଳିତ ଭାବେ ସମ୍ବିଧାନକୁ ରକ୍ଷା କରିପାରିବ। ସମ୍ବିଧାନ ବିନା ଗରିବ, ଆଦିବାସୀ, ପଛୁଆବର୍ଗଙ୍କ ପାଇଁ କିଛି ବି ମିଳିବନି। ତେଣୁ ଏହି ନିର୍ବାଚନ ଲଢିବା ଓ ଜିତିବା ଜରୁରୀ ବୋଲି ସମ୍ବୋଧିତ କରିଛନ୍ତି ରାହୁଲ। ଦେଶର ଗରିବ, ଶ୍ରମିକ, ଆଦିବାସୀ, ପଛୁଆବର୍ଗଙ୍କୁ ଯାହା ବି ମିଳିଛି ତାହା ସମ୍ବିଧାନ କାରଣରୁ ମିଳିଛି।କିନ୍ତୁ ଏହାକୁ ଶେଷ କରିବାକୁ ଚାହୁଁଛି ବିଜେପି। ଏଭଳି କହି ସମ୍ବୋଧିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

Leave A Reply

Your email address will not be published.