Odisha Link
Bridging the Missing Links in Odisha

ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସନ୍ତୋଷ ଖଟୁଆଙ୍କୁ ମିଳିଲା ଟିକେଟ୍

ଓଏଲ୍‌ ବ୍ୟୁରୋ: ସରଗରମ ଓଡ଼ିଶା ରାଜନୀତି। ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରଖିଥିବା ବେଳେ ଶାସକ ବିଜୁ ଜନତା ଦଳ ପ୍ରଥମ ଦଳ ଭାବେ ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିଭଳି ବିଜେପି ଓ କଂଗ୍ରେସ ମଧ୍ୟ ୧୪୬ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା। କେବଳ ନୀଳଗିରି ଆସନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି।

ଗତକାଲି ବିଜେଡି ଛାଡିଥିବା ସନ୍ତୋଷ ଖଟୁଆଙ୍କୁ ବିଜେପି ନୀଳଗିରି ଆସନରୁ ପ୍ରାର୍ଥୀ କରିଛି। ଗତକାଲି ବିଜେଡି ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ଟିକେଟ ଦେବା ପରେ ସନ୍ତୋଷ ଖଟୁଆ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ନୀଳଗିରି ଆସନରୁ ବିଜେଡିର ଦଳୀୟ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ହେଲେ ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ସନ୍ତୋଷ ଖଟୁଆ ବିଜେଡିରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.