Odisha Link
Bridging the Missing Links in Odisha

ଏଥର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ, ଘସିପୁରାରୁ ଲଢ଼ିବେ ନିର୍ବାଚନ

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ଲଢ଼ିବେ ଭେଟେରାନ ରାଜନେତା ସୌମ୍ୟରଂଜନ ପଟ୍ଟନାୟକ। ପୂର୍ବତନ ବିଜୁ ଜନତା ଦଳ ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଚଳିତ ନିର୍ବାଚନ ଲଢ଼ିବେ। ସେ କେନ୍ଦୁଝର ଜିଲ୍ଲା ଘସିପୁରା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଏନେଇ ଆଜି ସୌମ୍ୟରଂଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ଘସିପୁରାରେ ଏକ ବିଶାଳ ଜନସଭା ପରେ ଗଣମାଧ୍ୟମକୁ କହିଛନ୍ତି, ଆଜିର ସମାବେଶ ଦେଖି ଲାଗୁଛି ଲୋକମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି। ଲୋକମାନେ ଅପରାଧୀଙ୍କ ହାତରୁ କ୍ଷମତା ଛଡ଼ାଇ କିଛି ଭଲ ଲୋକଙ୍କ ହାତରେ ଦେବାକୁ ଉତ୍କଣ୍ଠା ଆଗ୍ରହ ମୁଁ ଦେଖିପାରୁଛି। ତେଣୁ ଉତ୍ସାହିତ ଜନତାଙ୍କ ଚାପରେ ମୁଁ ଘସିପୁରାରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ମେ’୬ ତାରିଖ କିମ୍ବା ତା ପୂର୍ବରୁ ସେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି।

ସୂଚନାଥାଉକି, ସୌମ୍ୟ ଗତ ୩ଦିନ ତଳେ କେନ୍ଦୁଝର ଗସ୍ତରେ ଯାଇ ମା’ତାରିଣୀଙ୍କ ଦର୍ଶନ କରିଥିଲେ। ସେହି ସମୟରେ ତାଙ୍କୁ ବିଭିନ୍ନ ଛକରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସୌମ୍ୟ ମଧ୍ୟ ବିଜେପି ତାଙ୍କୁ ଘସିପୁରାରୁ ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଥିଲେ।ମାତ୍ର ଗତକାଲି ସେଠାରେ ସୌମ୍ୟଙ୍କ ବଦଳରେ ଶମ୍ଭୁନାଥଙ୍କୁ ପ୍ରାର୍ଥୀ କରିଥିଲା।

Leave A Reply

Your email address will not be published.