ସମ୍ ଫୁଲନଖରା କ୍ୟାମ୍ପସ୍ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍ରେ ଅଣୁଜୀବ ବିଜ୍ଞାନ ବିଭାଗ ପକ୍ଷରୁ ସୋମବାର ‘ବିଶ୍ୱ ହାତ ସ୍ୱଚ୍ଛତା ଦିବସ’ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ଫୁଲନଖରା କ୍ୟାମ୍ପସ୍ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର କେ. ମୋହିନୀ ରାଓ ଏବଂ ଲାବୋରେଟୋରୀ ର ନିର୍ଦ୍ଦେଶକ ତଥା ଅଣୁଜୀବ ବିଜ୍ଞାନ (ମାଇକ୍ରୋବାୟୋଲୋଜି) ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ ଯୋଗ ଦେଇ ହାତ ଧୋଇବା ଦ୍ୱାରା କିଭଳି ସଂକ୍ରମଣକୁ କିପରି ଦୂରରେ ରଖିହେବ ଏବଂ ଅନ୍ୟ ବ୍ୟକ୍ତି ମଧ୍ୟ ସୁସ୍ଥ ରଖିପାରିବେ ଏ ନେଇ ବିସ୍ତୃତ ଭାବେ ସଚେତନତା ନିମନ୍ତେ ବାର୍ତା ଦେଇଥିଲେ ।
ରୋଗୀ ସେବାରେ ସ୍ୱଚ୍ଛ ହାତର ମହତ୍ୱ ତଥା ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ କିଭଳି ସାହାଯ୍ୟ କରେ ତାହା ବକ୍ତାମାନେ ସରଳ ଉପାୟରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ। ଏଥି ସହିତ ପ୍ରାଚୀନ କାଳରେ ଓ କୋଭିଡ୍ ମହାମାରୀ ସମୟରେ ସ୍ୱଚ୍ଛ ହାତର ମହତ୍ୱ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା ।
ଅଣୁଜୀବ ବିଜ୍ଞାନ ବିଭାଗର ଡାକ୍ତର ଓ ଷ୍ଟାଫ୍ ମାନଙ୍କ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଘ (ଡଐଙ) ଏ ବର୍ଷର ସ୍ଳୋଗାନ “ହ୍ୱାଏ ଇଜ୍ ସେୟାରିଂ ନଲେଜ୍ ଏବାଉଟ୍ ହ୍ୟାଣ୍ଡ ହାଇଜିନ୍ ଷ୍ଟିଲ୍ ସୋ ଇମ୍ପୋର୍ଟାଂଟ” ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯାଇ ରୋଗୀ ସେବାରେ ଏହାକୁ ପ୍ରାଧାନ୍ୟ ଦେବା ପାଇଁ ଅନୁରୋଧ କରାଯାଇଥିଲା। ଏହି ବାର୍ତାକୁ ହସ୍ପିଟାଲର ସମସ୍ତ ବିଭାଗୀୟ କର୍ମଚାରୀ ହସ୍ତ ଅଙ୍କିତ ପୋଷ୍ଟର ମାଧ୍ୟମରେ ଅତି ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ ଏବଂ ଶ୍ରେଷ୍ଠ ବିବେଚିତ ପୋଷ୍ଟରକୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଡ୍ରାମା ଏବଂ ନୃତ୍ୟ ପରିବେଷଣ ଜରିଆରେ ସ୍ୱଚ୍ଛ ହାତର ସଠିକ୍ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଇଥିଲା ।