ପୁଣି ଅଡ଼ୁଆରେ ଅନୁଭବ; ଡିସ୍ଚାର୍ଜ ପିଟିସନ୍ ଖାରଜ କଲେ କୋର୍ଟ

ଓଏଲ୍ ବ୍ୟୁରୋ: ପୁଣି ବଢିଲା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ। ପରିବାରିକ ମାମଲାରେ ପୁଣି ଅନୁଭବଙ୍କୁ ଲାଗିଛି ଏକ ବଡ଼ ଝଟକା। କଟକ ଜେଏମଏଫସି କୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ ହୋଇଛି। ଅଭିଯୋଗକୁ ମିଥ୍ୟା ଦର୍ଶାଇ ଅନୁଭବ ଡିସ୍ଚାର୍ଜ ପିଟିସନ୍ ଦାୟର କରିଥିଲେ।
ଅନୁଭବ ନିର୍ଯାତନା ଦେଉଥିବା ନେଇ ବର୍ଷା କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ଏବେ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ଏହି ମାମଲାର ଶୁଣାଣି କରି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କେବଳ ଖାରଜ କରିନାହାନ୍ତି, ଅନୁଭବଙ୍କ ବିରୋଧରେ ମେ’ ୧୦ରେ ଚାର୍ଜଫ୍ରେମ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।