ମୋର ରାଜନୀତିରେ ରୁଚି ନାହିଁ, ମୁଁ ନ୍ୟାୟ ପାଇବାକୁ ଚାହୁଁଛି: ଅଦ୍ରିଜା ସିଂହଦେଓ

ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ଭିତରେ ପୁଣି ଥରେ ସାମ୍ନାକୁ ଆସିଛି ରାଜନୀତିରେ ପରିବାରବାଦ। ଅର୍କେଶ ସିଂଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ଅଦ୍ରିଜା ସିଂହଦେଓ ପୁଣି ଥରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ ଦେଲେ।
ନବୀନ ବାବୁ ମହିଳାଙ୍କ ଉନ୍ନତି ପାଇଁ କାମ କରୁଛନ୍ତି। ମୋ ଉପରେ ସେ ପରିବାରର ଅତ୍ୟାଚାର କଥା ସେ ଜାଣିଛନ୍ତି। ସବୁ କଥା ଜାଣି କିଭଳି ସେ ପରିବାରର ଜଣକୁ ଟିକେଟ ଦେଲେ। ମୁଁ କୌଣସି ଦଳ ପାଇଁ ଆସିନି, ମୁଁ ନ୍ୟାୟ ପାଇବାକୁ ଚାହୁଁଛି। ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ। ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି। ତେବେ ରାଜନୀତିରେ କୌଣସି ରୁଚି ନଥିବା ଅଦ୍ରିଜା ସିଂହଦେଓ ସ୍ପଷ୍ଟ କରିଛନ୍ତି।