ସମୂହ ଛୁଟିରେ ଏୟାର ଇଣ୍ଡିଆର କ୍ରିଉ ମେମ୍ବର; ଜରୁରୀ ବୈଠକ ଡାକିଲା ଏଆଇଇ

ଓଏଲ୍ ବ୍ୟୁରୋ: ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୦ରୁ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ଏହାର କାରଣ ହେଉଛି ଏୟାର ଇଣ୍ଡିଆର ୩୦୦ ବରିଷ୍ଠ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି। ଛୁଟିର କାରଣ ଅସୁସ୍ଥ ବୋଲି କୁହାଯାଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତାଧିକ କ୍ରିଉ ମେମ୍ବରଙ୍କ ସମୂହ ଛୁଟି ଘଟଣା ପରେ ଛୁଟିରେ ଥିବା କିଛି କ୍ରିଉ ମେମ୍ବରଙ୍କୁ ବିଦା କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ। ସମସ୍ୟା ସମାଧାନ ପାଇଁ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ ବସିବ। ଯାତ୍ରୀ ଓ କମ୍ପାନୀର ଅସୁବିଧା ଯୋଗୁଁ ଜରୁରୀ ବୈଠକ ଡାକିଲା ଏଆଇଇ। ତୁରନ୍ତ ରିପୋର୍ଟ ଦେବାକୁ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ହଠାତ୍ ଅସୁସ୍ଥତା ଦର୍ଶାଇ ଶତାଧିକ କ୍ରିଉ ମେମ୍ବର ସମୂହ ଛୁଟିରେ ଅଛନ୍ତି। ନୂଆ ଚାକିରି ନିୟମାବଳୀକୁ ବିରୋଧରେ ଆନ୍ଦୋଳନ କରୁଥିବା ସୂଚନା ରହିଛି।
ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ମ୍ୟାନେଜମେଣ୍ଟ ବର୍ତ୍ତମାନ ଟାଟା ଗ୍ରୁପ ମାଲିକାନା ଏୟାରଲାଇନ୍ସରେ ନୂତନ ନିଯୁକ୍ତି ସର୍ତ୍ତକୁ ବିରୋଧ କରୁଥିବା କର୍ମଚାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି, ଗତ ରାତିରୁ ଆମର କ୍ୟାବିନ କ୍ରୁଙ୍କର ଅନେକ ସଦସ୍ୟ ଅସୁସ୍ଥ ହୋଇପଡିଛନ୍ତି ଏବଂ ଏହି କାରଣରୁ ଅନେକ ବିମାନ ବାତିଲ ହୋଇଛି କିମ୍ବା ବିଳମ୍ବ ହୋଇଛି। ଏହି ଘଟଣା ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ଜାଣିଛୁ। ଏହାର କାରଣ ବୁଝିବାକୁ, ଆମର ଦଳ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ଆମର ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ।