Odisha Link
Bridging the Missing Links in Odisha

ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଘରେ ଭୋଟ ଦେଲେଣି ୩୬୩୬ ଭୋଟର

ଓଏଲ୍‌ ବ୍ୟୁରୋ: ସୋମବାର ରାଜ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ଏହାକୁ ନଜରରେ ରଖି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ମେ’ ୧୩ ତାରିଖରେ ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ପଡ଼ିବ ଭୋଟ। ଏଥିପାଇଁ ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଘରେ ୩୬୩୬ ଜଣ ଭୋଟର ଭୋଟ ଦେଇଛନ୍ତି। ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ। ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ଉର୍ଦ୍ଧ୍ବ ଭୋଟର ରହିଛନ୍ତି। ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ। ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

କୋରାପୁଟ ସଂସଦ କ୍ଷେତ୍ରରେ ସର୍ବନିମ୍ନ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ରହିଥିବା ବେଳ ଧର୍ମଗଡ଼ ସର୍ବାଧିକ ଭୋଟର ରହିଛନ୍ତି। ୧୨୯୪ ଶତାୟୁ ଭୋଟର।୬୨୯୬ ସର୍ଭିସ ଭୋଟର ଅଛନ୍ତି। ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ବୁଥ। ଆଦର୍ଶ ବୁଥ ୧୨୭୬ ରହିଛି।ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ରହିଛନ୍ତି। କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧ ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ରହିଛନ୍ତି।୬୦% ବୁଥରେ ଲାଇଭ୍ ଷ୍ଟ୍ରିମ ହେବ। ୯ ତାରିଖ ସୁଦ୍ଧା ୩୬୩୬ ଜଣ ଘରେ ଭୋଟ ଦେଇସାରିଛନ୍ତି।

ଓଡ଼ିଶାରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ମତଦାନରେ ଓଡ଼ିଶାର ୪ଟି ଲୋକସଭା ଆସନରେ ହେବ ନିର୍ବାଚନ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନରେ ଯାଉଥିବା ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ। ୪ଟି ଲୋକସଭା ଆସନ ପାଇଁ ୩୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ମେ’ ୧୩ ତାରିଖରେ କରିବେ। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରିବେ।

Leave A Reply

Your email address will not be published.