Odisha Link
Bridging the Missing Links in Odisha

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା, ଆରସିବି ବିପକ୍ଷ ମ୍ୟାଚ୍‌ ଖେଳିବେନି ପନ୍ତ

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪। ରୋମାଞ୍ଚକର ସ୍ଥିତିରେ ଟୁର୍ଣ୍ଣାମେଟ ଚାଲିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ଼ ଝଟକା। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ ହେବା ସହିତ ୩୦ ଲକ୍ଷ ଟଙ୍କା ଜରିମାନା ଗଣିବେ। ଯାହାଫଳରେ ଆରସିବି ବିପକ୍ଷ ମ୍ୟାଚ୍‌ ଖେଳି ପାରିବେ ନାହିଁ ଋଷଭ ପନ୍ତ।

ରାଜସ୍ଥାନ ରୟାଲ୍ସ ବିିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ କାରଣରୁ ତାଙ୍କ ଉପରେ ଆକ୍ସନ ଆଇପିଏଲ କମିଟି। ଖାଲି ସେତିକି ନୁହେଁ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗିଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଆଇପିଏଲ୍ କୋଡ୍ ଅଫ୍ କଣ୍ଟକ୍ଟର ଉଲ୍ଲଙ୍ଘନ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିରୋଧରେ ବୋଲିଂ କରିବାକୁ ସେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ନେଇଥିଲେ।ଯେଉଁ କାରଣରୁ ତାଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ କରି ଦିଆଯାଇଛି।

ପ୍ରେସ ବିବୃତିରେ ବିସିସିଆଇ କହିଛି ଯେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ଉପରେ ଜୋରିମାନ ଲାଗୁ କରାଯାଇଛି ଓ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ନିଲମ୍ବନ କରାଯାଇଛି। ଆଇପିଏଲର ୫୬ତମ ମ୍ୟାଚ୍‌ରେ ପନ୍ତଙ୍କ ଦଲ୍ଲୀ ହୋମ ଗ୍ରାଉଣ୍ଡରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିଥିଲା।

ଏହି ମ୍ୟାଚ୍‌ରେ ଦଳ ଧିମା ଓଭର ରେଟ ଅପରାଧ ଘଟାଇଥିଲା। ଏହା ଦଳର ତୃତୀୟ ଅପରାଧ। ତୃତୀୟ ଥର ପାଇଁ ଦଳ ଆଇପିଏଲ କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ କରିଥିବାରୁ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି ଓ ତାଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି।

Leave A Reply

Your email address will not be published.