Odisha Link
Bridging the Missing Links in Odisha

ସମ୍ବଲପୁର: ନିର୍ବାଚନ ପୂର୍ବରୁ ଏକାଠି ହେଲେ ବିଜେଡି-ବିଜେପିର ପ୍ରମୁଖ ନେତା

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ରାଜନୈତିକ ବୟାନବାଜିରେ କମ୍ପୁଛି ପ୍ରଚାର ମୈଦାନ। ପ୍ରଚାର ବେଳେ ନେତମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ସବୁଠୁ ଚର୍ଚ୍ଚାରେ ଥିବା ସମ୍ବଲପୁର ରାଜନୀତିରେ ଦେଖିବାକୁ ମିଳିଛି ରୋମାଞ୍ଚକର ଦୃଶ୍ୟ। ପ୍ରଚାର ମୈଦାନରେ ଉଭୟ ଭଭୟଙ୍କୁ ଟାର୍ଗେଟ କରୁଥିବା ବେଳେ ପ୍ରଭୁଙ୍କ ଶରଣରେ ଏକ ହୋଇ ପୂଜା କରୁଥିବାର ଦେଖିବାକୁ ମିଳିଛି।

ପ୍ରଚଳିତ ପରମ୍ପରା ଅନୁସାରେ ସମ୍ବଲପୁରର ବିଶ୍ବ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ‘ଥାଳଉଠା’ କାର୍ଯ୍ୟକ୍ରମ ଅକ୍ଷୟ ତୃତୀୟ ତିଥିରେ ସମ୍ପନ୍ନ ହୋଇଛି। ଏବେ ନିର୍ବାଚନ ଋତୁ ଚାଲିଥିବା ବେଳେ ବିଭିନ୍ନ ଦଳର ନେତାମୋନ ଏହି ପବିତ୍ର କାର୍ଯ୍ୟକ୍ରକୁ ହାତଛଡ଼ା କରିବାକୁ ଚାହିଁନଥିଲେ। ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ସେହିପରି ସମ୍ବଲପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା।

ଏହି ୪ ହେଭିଓ୍ବେଟ୍‌ ନେତା ସହରର ବିଭିନ୍ନ ପଡ଼ାର ଥାଳଉଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଦେବ ଦେବ ମହାଦେବଙ୍କଠାରୁ ଆଶୀର୍ବାଦ ଲୋଡ଼ିବା ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଭୋଟରଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ।

Leave A Reply

Your email address will not be published.