Odisha Link
Bridging the Missing Links in Odisha

ମୋଦିଙ୍କୁ ଆଗୁଆ ନିମନ୍ତ୍ରଣ ଦେଲେ ପାଣ୍ଡିଆନ୍‌, କହିଲେ- ନବୀନଙ୍କ ଶପଥଗ୍ରହଣ ଉତ୍ସବକୁ ଆସିବେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଆଜି ପ୍ରଧାନମନ୍ତ୍ରୀ ନରେ୍ଦ୍ର ମୋଦି କରିଛନ୍ତି ମାରାଥନ ପ୍ରଚାର। ୩ଟି ଜନସଭାକୁ ସମ୍ବୋଧିତ କରି ପିଏମ୍‌ ମୋଦି ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଅନ୍ୟପଟେ ବିଜୁ ଜନତା ଦଳର ପୋଷ୍ଟର ବୟ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ମୋଦିଙ୍କୁ ସିଧାସଳଖ କରିଛନ୍ତି ଟାର୍ଗେଟ। ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ରହି ବିଜେଡିକୁ ଟାର୍ଗେଟ କରିଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଭିକେ ପାଣ୍ଡିଆନ। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶପଥଗ୍ରହଣ ଉତ୍ସବକୁ ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଭିକେ ପାଣ୍ଡିଆନ। ଯାହାଫଳରେ ଓଡ଼ିଶା ରାଜନୀତିର ପାରା ଚଢ଼ିବାରେ ଲାଗିଛି।

ବୀରମିତ୍ରପୁରରେ ଆୟୋଜିତ ଜନସଭାରେ ପାଣ୍ଡିଆନ କହିଛନ୍ତି, ଜୁନ ୧୦ ତାରିଖରେ ବିଜେପି ସରକାର ଗଢିବ ବୋଲି ଆପଣ କହିଥିଲେ ପ୍ରଧାନମନ୍ତ୍ରୀ। ଆମ ମୁଖ୍ୟମନ୍ତ୍ରୀ ତାର ଜବାବ ଦେଲେ ବିଜେପିର ଅଭ୍ୟାସ ଅଛି ଦିନରେ ସ୍ୱପ୍ନ ଦେଖିବା। ଆପଣଙ୍କୁ ବିନମ୍ର ସହ କହିବି ଓଡିଶାବାସୀଙ୍କ ଭଲ ପାଇବା, ଓଡିଶାବାସୀଙ୍କ ସ୍ନେହ ଓ ମହାପ୍ରଭୁଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ୧୧.୩୦ରୁ ୧ଟା ଭିତରେ ଆମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ଆପଣଙ୍କୁ ଅନୁରୋଧ ରହିଲା ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ। ଆଉ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା କରିବେ , ଓଡ଼ିଶା ପାଇଁ ସ୍ପେଶାଲ ପ୍ୟାକେଜ କରିବେ, ଓଡ଼ିଶା କୋଲ ରୟାଲଟିକୁ ବୃଦ୍ଧି କରିବେ। ଆପଣ ଆସନ୍ତୁ ଜୁନ ୯ରେ ଏ ସବୁ ଘୋଷଣା କରନ୍ତୁ ଓଡ଼ିଶାବାସୀ ଖୁସି ହେବେ ଆଉ ଆପଣ ୪୦୦ ପାର ବି ହେବେ ବୋଲି ପାଣ୍ଡିଆନ କହିଛନ୍ତି।

ସେ ଆହୁରି କହିଛନ୍ତି, ଯିଏ ଓଡ଼ିଶାର ବିକାଶ ପାଇଁ କାମ କରୁଛନ୍ତି ତାଙ୍କୁ ଆପଣ କେବେ ବିଦା କରିପାରିବେ ନାହିଁ। ଆପଣ ୨୦୧୯ରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଦା ହେବେ ବୋଲି କହିଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ପୁଣି ଶପଥ ନେଇଥିଲେ ବୋଲି ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.