Odisha Link
Bridging the Missing Links in Odisha

ଗଞ୍ଜାମ: ୩ ଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଲେ ସିଇଓ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ଲମ୍ବା ଲାଇନ୍‌ ଲଗାଇ ଜନତା ଭୋଟ ଦେବାକୁ ଯାଉଛନ୍ତି। ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୨.୯୧ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏଥିସହିତ ୩ ଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ସିଇଓ।

ମୁଖ୍ୟ ନିର୍ବାଚନ ଅଧିକାର ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇ କହିଛନ୍ତି। ଗଞ୍ଜାମ ଜିଲ୍ଲାର ୩ ଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଛତ୍ରପୁର ବିଧାନସଭା ଅଧିନରେ ଥିବା ବୁଥ ନଂ ୨୭, ୧୬୩ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହିତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗୋପାଳପୁରର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଇଓ। ଓ୍ବେବକାଷ୍ଟିଂରୁ କାର୍ଯ୍ୟରେ ଅବହେଳା କରଥିବା ସୂଚନା ରହିଛି। ଯେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଥାଉକି, ପୂର୍ବାହ୍ନରେ ୨ ଜଣ ପୋଲିଂ ଅଫିସରଙ୍କୁ ନିଲମ୍ବିିତ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ନିଲମ୍ବତି କରାଯାଇଛି। ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ଦେଇଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ।

Leave A Reply

Your email address will not be published.